ଭୁବନେଶ୍ୱର ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ। ବାଲିଅନ୍ତା ଘଟଣା ପରେ ଆକ୍ସନ ମୋଡରେ ଡିଜି । ପୋଲିସ ଭବନରେ କମିସନରେଟ୍ ପୋଲିସର ସମସ୍ତ IIC ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏହି ବୈଠକ ପରେ ବାଲିଅନ୍ତା ଘଟଣାରେ ପୋଲିସ କମିଶନର ସୂଚନା ଦେଇ କହିଛନ୍ତି ପୋଲିସ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରିଥିଲା । ମାତ୍ର ଭିଡ଼କୁ ସାମ୍ନା କରି ସୌମ୍ୟକୁ ବଞ୍ଚାଇ ପାରି ନଥିଲା । ତେଣୁ ସେଥିପାଇଁ ୪ ଜଣ ପୋଲିସ ସସ୍ପେଣ୍ଡ୍ ହୋଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ପୋଲିସ ପ୍ରଶାସନର ଯେଉଁଠି ତ୍ରୁଟି ରହିଛି ଗଣମାଧ୍ୟମ ଜଣାଇବା ଭଲ । ଯେଉଁଠି ପୋଲିସ ସଠିକ୍ ପଦକ୍ଷେପ ନେଉଛି, ତାହା ମଧ୍ୟ ସାମ୍ନାକୁ ଆସୁ । କିଛି ଘଟଣା ଘଟୁଥିଲା ବେଳେ ଲୋକଙ୍କ ହସ୍ତକ୍ଷେପ ଆଇନର ଅଧିକାର ।ମାତ୍ର କାହାକୁ ପିଟିବା ଅଧିକାର ଆଇନ କାହାକୁ ଦେଇନି, ନ୍ୟାୟଳୟ ଅଛି । Post navigation Snana Yatra Row: ଲଣ୍ଡନରେ ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରା Kalabaisakhi Warring in Odisha: ରାଜ୍ୟରେ ୧୫ ଯାଏଁ କାଳବୈଶାଖୀ ସମ୍ଭାବନା