ଜାପାନୀ ସଂସ୍ଥା ସହ ଓଡ଼ିଶା ସରକାରଙ୍କ ଐତିହାସିକ ଚୁକ୍ତି । ଓଡ଼ିଶାରେ ନିବେଶ ହେବ ୬୭ ହଜାର କୋଟି ଟଙ୍କାର ଚୁକ୍ତି। ସ୍ୱଚ୍ଛ ଶକ୍ତି, ଉନ୍ନତ ଉତ୍ପାଦନ ଏବଂ ଶିଳ୍ପ ବିକାଶରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଜାପାନର ପ୍ରମୁଖ କମ୍ପାନୀ IHI କର୍ପୋରେସନ୍ ଏବଂ ଭାରତର ACME ଗ୍ରୁପ୍ ସହ ଓଡିଶା ସରକାର ଏକ ସହଯୋଗ ବୁଝାମଣା (MoC) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ରାଜ୍ୟରେ ସବୁଜ ଶକ୍ତି, ଆଧୁନିକ ଶିଳ୍ପ ଓ ନିଯୁକ୍ତି ସୃଷ୍ଟିକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ୬୭,୦୦୦ କୋଟିର କ୍ରମାଗତ ନିବେଶ ସହିତ ଓଡ଼ିଶାରେ ପ୍ରାୟ ୭୦୦୦ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଥିରେ ଗୋପାଳପୁର-ଟାଟା SEZରେ ୨୦,୦୦୦ କୋଟି ନିବେଶ ଏବଂ ୩,୪୦୦ ନିଯୁକ୍ତି ସମ୍ଭାବନା ସହିତ 0.4 MTPA ଗ୍ରୀନ୍ ଆମୋନିଆ ପ୍ରକଳ୍ପ ଅନ୍ତର୍ଭୁକ୍ତ, ଯେଉଁଥିରେ ୧୦୦୦ କୋଟି ଅତିରିକ୍ତ ନିବେଶ ସହିତ ଏକ ଜଡିତ ଜେଟି-ଲେସ୍ ଭାସମାନ ଟର୍ମିନାଲ ଭିତ୍ତିଭୂମି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ପାରାଦୀପରେ ୩୪,୦୦୦ କୋଟି ନିବେଶ ଏବଂ ୩,୬୦୦ନିଯୁକ୍ତି ସମ୍ଭାବନା ସହିତ ୦.୮ MTPA ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରସ୍ତାବିତ, ଯେଉଁଥିରେ ୧୨,୦୦୦ କୋଟି ନିବେଶ ସହିତ ଏକ ମିଥାନଲ୍ ପ୍ରକଳ୍ପ ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *