ଭୁବନେଶ୍ୱରରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ପରିବାର ଲୋକଙ୍କ ଆଗରେ ଯୁବକଙ୍କୁ ଲୁହା ରଡ୍‌ରେ ପିଟି ପିଟି ହତ୍ୟା କଲେ ଦୁର୍ବୃତ୍ତ । ଖଣ୍ଡଗିରି କୋଳଥିଆ ଛକରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ୩ ମୁଖାପିନ୍ଧା ଦୁର୍ବୃତ୍ତ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ଗଞ୍ଜାମ ଜିଲ୍ଲାର କୃଷ୍ଣଚନ୍ଦ୍ର ପାଢୀ ବୋଲି ଜଣାପଡିଛି । ହତ୍ୟା କରିବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଜମିବାଡ଼ି ବିବାଦରୁ ସୁପାରି କିଲର ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।

Leave a Reply

Your email address will not be published. Required fields are marked *