ଝାରପଡ଼ା ଜେଲ ଭିତରେ ଜଣେ ୫୫ ବର୍ଷୀୟ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ତାରିଣୀ ବସ୍ତିର ବାସିନ୍ଦା ଜବାନ ନାୟକ। ଡକାୟତି ଓ ହତ୍ୟା ମାମଲାର ସଜା କାଟୁଥିଲେ ଜବାନ ନାୟକ ।

ରିପୋର୍ଟ ଅନୁଯାୟୀ, ରବିବାର ରାତିରେ ନାୟକ ରାତ୍ରୀଭୋଜନ କରି ଶୋଇବାକୁ ଯାଇଥିଲେ। ସୋମବାର ସକାଳେ ସେ ନ ଉଠିବାରୁ ଜେଲ କର୍ମଚାରୀମାନେ ଚିକିତ୍ସା ପାଇଁ ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ସହ ଜବାନ ଅନେକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ ବୋଲି ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *