ରାଜ୍ୟ ରାଜନୈତିରେ ଚାଲିଥିବା ସବୁ କଳ୍ପନାଜଳ୍ପନାରେ ଅନ୍ତ ଘଟାଇ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା ପାଣ୍ଡିଆନ । ଭିକେ ପାଣ୍ଡିଆନ ସନ୍ୟାନ ନେବା ପରେ ତାଙ୍କ ପତ୍ନୀ ସୁଜାତା ବିଜେଡିରେ ସାମିଲ ହୋଇଛନ୍ତି ।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ ମିଶ୍ରଣ ପର୍ବରେ ଦଳରେ ସୁଜାତା ପାଣ୍ଡିଆନ ଯୋଗ ଦେଇଛନ୍ତି । ଖୋଦ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ବିଜେଡିରେ ସୁଜାତାଙ୍କ ସାମିଲକୁ ନେଇ ଦଳର ବରିଷ୍ଠ ନେତା ଅସନ୍ତୁଷ୍ଟ ଥିବାର ଦେଖିବାକୁ ମିଳିଛି।

ସୁଜାତା ବିଜେଡିର ସାମିଲ ଉତ୍ସବକୁ ଆସିଲେନି ପ୍ରମୁଖ ନେତୃବୃନ୍ଦ । ବବି ଦାସ, ବିଶ୍ବ ମଲ୍ଲିକ, ଅଧିରାଜ ପାଣିଗ୍ରାହୀ, ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ବାଇଁ, ବଦ୍ରି ପାତ୍ର, ଲତିକା ପ୍ରଧାନ, ବିକ୍ରମ ଆରୁଖ, ଭୂପିନ୍ଦର ସିଂ ଆଦି ପ୍ରଭାଵୀ ନେତାଙ୍କ ଅନୁପସ୍ଥିତିକୁ ନେଇ ବିଜେଡି ରାଜନୀତିରେ ଏବେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *