ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ସୁଗମ ପାଇଁ ପଦକ୍ଷେପ ନିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ଓକାକ୍ (OCAC) ସହଯୋଗରେ ପୁରୀବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ପୁରୀ ସହରର ଦୁଇଟି ପୋଷ୍ଟାଲ ପିନ୍‌ କୋଡ୍‌କୁ ଆଧାର କରି ସ୍ଥାନୀୟ ବାସିନ୍ଦାଙ୍କ ଚିହ୍ନଟ କରାଯିବ। ଏହା ଫଳରେ ପୁରୀବାସୀ ନିଜ ଆଧାର କାର୍ଡ ଦେଖାଇ ସହଜରେ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। କିନ୍ତୁ ଯଦି ସେମାନେ ସାଥିରେ ବନ୍ଧୁବାନ୍ଧବଙ୍କୁ ନେବାକୁ ଚାହିଁବେ ସମ୍ଭବ ହେବ ନାହିଁ ।

Leave a Reply

Your email address will not be published. Required fields are marked *