ମୋହନ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଜଣାପଡ଼ିଛି । ଏହା ସହ ଦୁଇ ବର୍ଷ ପୂର୍ତ୍ତି ନେଇ ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଛି । ୧୦ ଦିନ ଧରି ସରକାରଙ୍କ ଦୁଇ ବର୍ଷ ପୁର୍ତ୍ତୀ ଉତ୍ସବ ପାଳନ କରାଯିବ । ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଲେ ମନ୍ତ୍ରୀ । ବିଭିନ୍ନ ବିଭାଗର ମନ୍ତ୍ରୀ ଦୁଇ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି । ଏହା ଖୁବଶୀଘ୍ର ରାଜ୍ୟବାସୀଙ୍କ ଆଗରେ ରିପୋର୍ଟ ରଖାଯିବ । ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ଯୋଗ ଦେଇ ରାଜ୍ଯ ସରକାରଙ୍କୁ ବେଶ ପ୍ରଶଂସା କରିଥିଲେ । ଦ୍ଵିତୀୟ ବର୍ଷର ଉପଲବ୍ଧି ମଧ୍ୟ ଲୋକଙ୍କ ପାଖରେ ରଖିବେ ରାଜ୍ୟ ସରକାର । ଏ ନେଇ ୫ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । Post navigation केरल को मिला नया मुख्यमंत्री: आखिर क्यों चुने गए सतीशन? Oil Crisis hits Capital City: Long Queues, Locked Pumps