ରାଜ୍ୟରେ ଆୟୁର୍ବେଦିକ ଏବଂ ହୋମିଓପାଥି ମେଡ଼ିକାଲ କଲେଜରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଅଧ୍ୟାପକଙ୍କ ପାଇଁ ଆସିଛି ଖୁସି ଖବର। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ଦ୍ୱାରା ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଲେକ୍ଚରର, ରିଡର ଏବଂ ପ୍ରଫେସରମାନଙ୍କ ଦରମା ପୁନଃନିର୍ଦ୍ଧାରଣ ଓ ବୃଦ୍ଧି କରାଯାଇଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଚୁକ୍ତିଭିତ୍ତିକ ଲେକ୍ଚରରମାନଙ୍କ ଦରମା ପ୍ରତିମାସ ୭୦,୦୦୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସେହିପରି, ରିଡର ଓ ପ୍ରଫେସରମାନଙ୍କ ଦରମାରେ ମଧ୍ୟ ବୃଦ୍ଧି କରାଯାଇଛି । ରିଡରମାନଙ୍କ ଦରମା ୪୦,୦୦୦ ଟଙ୍କାରୁ ବୃଦ୍ଧି ହୋଇ ୮୦,୦୦୦ ଟଙ୍କା କରାଯାଇଥିବାବେଳେ, ପ୍ରଫେସରମାନଙ୍କ ଦରମା ୫୦,୦୦୦ ଟଙ୍କାରୁ ବୃଦ୍ଧି କରାଯାଇ ୧ ଲକ୍ଷ ଟଙ୍କା କରାଯାଇଛି। ଏହି ପ୍ରସ୍ତାବକୁ ଅର୍ଥ ବିଭାଗର ସମ୍ମତି ମଧ୍ୟ ମିଳିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇବା ସହ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର ଆୟୁଷ ଶିକ୍ଷା ଆହୁରି ସୁଦୃଢ଼ ହେବ ଏବଂ ଅଧ୍ୟାପକମାନଙ୍କୁ ଉତ୍ସାହିତ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । Post navigation Grid Substation in Keonjhar: ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୬୪୭ କୋଟି ଟଙ୍କାର ଗ୍ରୀଡ୍ ସବଷ୍ଟେସନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ West Bengal Elections: ଆଜି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ