ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ବା ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି। ବାକିଥିବା ୧୪୨ ଆସନ ପାଇଁ ଆଜି ଭୋଟଗ୍ରହଣ କରାଯାଉଛି । ୧୪୮୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩.୨ କୋଟି ଭୋଟର । ଆଜି ମମତା ବାନାର୍ଜୀ, ଶୁଭେନ୍ଦୁ ଅଧିକାରୀଙ୍କ ପରି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।  ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ହୋଇଛି ୯୧.୭୮ ପ୍ରତିଶତ ଭୋଟିଂ ।

ଆଜି ସକାଳ ୭ଟାରୁ ରାଜ୍ୟର ରାଜଧାନୀ କୋଲକାତା ଏବଂ ଅନ୍ୟ ଛଅଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜାରି ରହିବ।ଏହି ୧୪୨ଟି ଆସନରେ ମୋଟ ୩୨,୧୭୩,୮୩୭ ଜଣ ପଞ୍ଜୀକୃତ ଭୋଟର ଅଛନ୍ତି। ଏଥିରେ ୧୬,୪୩୫,୬୨୭ ପୁରୁଷ, ୧୫,୭୩୭,୪୧୮ ମହିଳା ଏବଂ ୭୯୨ ଜଣ ତୃତୀୟ ଲିଙ୍ଗୀ ଭୋଟର ଅନ୍ତର୍ଭୁକ୍ତ।

ଟିଏମ୍‌ସି ଲଗାତାର ଚତୁର୍ଥ ବିଜୟ ପାଇଁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ଚଳିତ ଥର ପଶ୍ଚିମବଙ୍ଗରେ କ୍ଷମତାକୁ ଆସିବାପାଇଁ ସବୁ ଉଦ୍ୟମ ଲଗାଇ ଦେଇଛି। ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *