ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାରେ ଅଭିଯୁକ୍ତ ଜୀବନ ହାରିଥିବା ଜଣାପଡ଼ିଛି । କୋର୍ଟ ଚାଲାଣ ହେବା ପୂର୍ବରୁ ଥାନା ଶୌଚାଳୟରେ ବେକରେ ଚଦର ଲଗାଇ ଜୀବନ ହାରିଥିଲେ ଅଭିଯୁକ୍ତ। ମୃତକ ଜଣକ ହେଲ ଡାବୁଗାଁ ଥାନା ଅନ୍ତର୍ଗତ ମେଦନା ପଞ୍ଚାୟତର ଅଂଶୁଳା ଗ୍ରାମର ପୂର୍ଣ୍ଣ କର୍ଲା । ସେ ଏକ ଦୁଷ୍କର୍ମ ମାମାରେ ଗିରଫ ହୋଇଥିଲେ । ଗତକାଲି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା।

ତେବେ ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମୃତକଙ୍କ ପରିବାର ଲୋକେ ଥାନା ଆସି ପହଁଚିଥିବା ବେଳେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

ଅନ୍ୟପଟେ ଏହି ଘଟଣାରେ ନବରଙ୍ଗପୁର ଏସ୍‌ପିଙ୍କୁ ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ କୋରାପୁଟ ଡିଆଇଜି କନୱର ବିଶାଲ ସିଂ ନିର୍ଦ୍ଦେଶ ଦେଇଛନ୍ତି । NHRC ଗାଇଡ୍ ଲାଇନ ଅନୁଯାୟୀ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଥାନା ଭିତରେ ୨୪ ଘଣ୍ଟା ପୋଲିସ କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଜଣେ ଅଭିଯୁକ୍ତ କିପରି ଜୀବନ ହାରିଲେ ଏହାକୁ ନେଇ ପ୍ରଶ୍ନ ଉଠିଛି। ଏହା ପଛରେ ପୋଲିସର ଅବହେଳା ରହିଛି ନା ଅନ୍ୟ କିଛି କାରଣ ତାହା ଉଚ୍ଚସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ସୂଚନା ଯୋଗ୍ୟ; ପୂର୍ଣ୍ଣ କର୍ଲାଙ୍କର ଏକ ନାବାଳିକା ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ କିଛି ଦିନ ତଳେ ପୂର୍ଣ୍ଣ ଉକ୍ତ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲେ । ଏହା ପରେ ଝିଅ ଘର ଲୋକେ ପୂର୍ଣ୍ଣଙ୍କ ନାମରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ପୂର୍ଣ୍ଣାଙ୍କ ନାମର ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ ରହିଥିଲା । ପୋଲିସ ପୂର୍ଣ୍ଣଙ୍କୁ ଗିରଫ କରିଥିଲା । ଗତକାଲି ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ମଧ୍ୟ ଶେଷ ହୋଇଥିଲା।

ଆଜି କୋର୍ଟ ଚାଲାଣ  କରାଯିବାର ଥିଲା । ଗତକାଲି ପରିବାର ଲୋକେ ଥାନାରେ ପହଁଚି ପୂର୍ଣ୍ଣଙ୍କୁ ବୁଝାସୁଝା କରିଥିଲେ । ଝିଅ ଘର ଲୋକେ ମାମଲା ଉଠାଇବାକୁ ରାଜି ହେଉନଥିବା କହିଥିଲେ । ତେଣୁ ସେ ଝିଅକୁ ଭୁଲି ଯିବାକୁ ପରାମର୍ଶ ଦେଇଥିଲା । ମାତ୍ର ଗତକାଲି ରାତିରେ ପୂର୍ଣ୍ଣ ଥାନାର ଶୌଚାଳୟରେ ନିଜ ବେକରେ ଚାଦର ଭିଡ଼ି ଜୀବନ ହାରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *