ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ନବମ ଦିବସରେ ବିଭ୍ରାଟ ଦେଖିବାକୁ ମିଳିଛି । ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ରାତି ଚାପ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇନଥିଲା। ଫଳରେ ଚାପ ନ ଖେଳି ବାହୁଡ଼ି ଆସିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ,ଭୂଦେବୀ , ଶ୍ରୀଦେବୀଙ୍କ ସମେତ ରାମ କୃଷ୍ଣ ଓ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ। ଯାହାକୁ ନେଇ ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି।

ସେବକଙ୍କ ଭିତରେ ଝଗଡ଼ା ଲାଗି ଚନ୍ଦନ ଠାକୁରଙ୍କ ନୀତି ଢେର୍ ସମୟ ଅଟକିଥିଲା। ରାତି ଚାପ ପାଇଁ ଠାକୁରେ ନନ୍ଦା ଭଦ୍ରାରେ ବିଜେ ହୋଇସାରିଥିଲେ। ରାତି ଦଶଟାରେ ପ୍ରାୟ ଜଳକ୍ରୀଡ଼ା ପାଇଁ ଚାପରୁ ଦଉଡ଼ି ମଧ୍ୟ ଖୋଲା ସରିଥିଲା। କିଛି କ୍ଷଣ ଭିତରେ ଠାକୁରଙ୍କ ଚାପ କ୍ରୀଡ଼ା ହୋଇଥାନ୍ତା। ହେଲେ ଦୁଇ ଭିନ୍ନ ନୀତି ସେବକଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇ ଠାକୁରଙ୍କ ଚାପ ଅଟକିଗଲା। ରାତି ସାଢ଼େ ୧୧ଟା ହୋଇଥିଲେ ସୁଦ୍ଧା ଚାପ କ୍ରୀଡ଼ା ହେବ କି ନାହିଁ ଭକ୍ତମାନେ ଜାଣି ନପାରି କିଂକର୍ତ୍ତବ୍ୟବିମୁଢ଼ ହୋଇ ଅପେକ୍ଷା କରିଥିଲେ। ରାତି ୧୨ଟା ୩୦ ଯାଏଁ ବିବାଦ ତୁଟି ନଥିଲା।

ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର ।ଏପଟେ ଚାପରେ ଠାକୁରଙ୍କ ଚାମର ସେବା ଆଦି ଜାରି ରହିଥାଏ। ପରବର୍ତ୍ତୀ ନୀତି କ’ଣ ହେବ ଅର୍ଥାତ୍ ଚାପରେ ନରେନ୍ଦ୍ର ଜଳରେ ଠାକୁରେ କ୍ରୀଡ଼ା କରିବେ କିମ୍ବା ନୀତି ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ କେହି କିଛି ଜାଣିପାରୁ ନଥିବା କହିଛନ୍ତି ଦେଖଣାହାରୀ। ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର।

Leave a Reply

Your email address will not be published. Required fields are marked *