Bobby Das' family opens up about use of Khondalite Stone in their house
ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଘରେ ଶ୍ରୀମନ୍ଦିର ଖଣ୍ଡୋଲାଇଟ୍ ପଥର ବ୍ୟବହାର ଅଭିଯୋଗ ଆସିବା ପରେ ମୁହଁ ଖୋଲିଛନ୍ତି ବବିଙ୍କ ପରିବାର । ପ୍ରେସମିଟ୍‌ରେ ଅଭିଯୋଗକୁ ମିଛ ବୋଲି କହିଛନ୍ତି ବବିଙ୍କ ଦାଦା ଯଯାତି କେଶରୀ ।
 
ତାଙ୍କ ଘରେ ଲାଗିଥିବା ପଥର ଖଣ୍ଡୋଲାଇଟ୍ ନୁହଁ କି ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ପଥର ନୁହେଁ ବୋଲି ବବିଙ୍କ ଦାଦା ପ୍ରତିକ୍ରିୟା ରଖିଛନ୍ତି । ଘର ନିର୍ମାଣ ପାଇଁ ରାଜସ୍ଥାନର ଯୋଧପୁରରୁ ପଥର ଆସିଛି ବୋଲି ସେ କହିଛନ୍ତି ।
 
ସେ ଘର କେବଳ ବବି ଦାସଙ୍କ ନୁହେଁ ଜେଜେଙ୍କ ସମେତ ପରିବାରର ଭାଗ ରହିଥିବା ସେ କହିଛନ୍ତି । ବବିଙ୍କ ନାଁରେ ହୀନ ରାଜନୀତି କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ରାଜନୈତିକ ଉଦ୍ଦେଶ୍ୟ ରଖି ପରିବାରକୁ ଟାର୍ଗେଟ କରାଯାଉଛି । ଆବଶ୍ୟକ ପଡ଼ିଲେ ପରିବାର ଆଇନଗତ ସହାୟତା ନେବ ବୋଲି ସେ କହିଛନ୍ତି ।
 
ଗତକାଲି, ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରୁ ଖାଣ୍ଡେଲାଇଟ୍ ପଥର ଓ ସ୍ୟାଣ୍ଡ ଷ୍ଟୋନ ଚୋରି କରି ନିଜ ଘର ନିର୍ମାଣ କରିଛନ୍ତି ବୋଲି ଶ୍ରୀଜଗନ୍ନାଥ ସେନା, ଶ୍ରୀମନ୍ଦିର ସିଂହଦ୍ୱାର ଦ୍ୱାର ଥାନାରେ ଏତଲା ଦେଇଥିଲା ।

By Nirvay

Leave a Reply

Your email address will not be published. Required fields are marked *