10 dead as boat capsizes in Yamuna river

ଯମୁନା ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯିବା ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଶ୍ରଦ୍ଧାଳୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଏହି ଡଙ୍ଗାଟିରେ ପ୍ରାୟ ୩୦ରୁ ଅଧିକ ଭକ୍ତ ଥିଲେ ।

ଏବେ ବି ଏକାଧିକ ଭକ୍ତ ନିଖୋଜ ଅଛନ୍ତି । ସ୍ଥାନୀୟ ପ୍ରଶାସନ, ପୋଲିସ୍ ଏବଂ ବିପର୍ଯ୍ୟୟ ମୁକାବିଲା ବାହିନୀ (SDRF) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମଥୁରା ଗ୍ରାମାଞ୍ଚଳ ଏସପି ସୁରେଶ ଚନ୍ଦ୍ର ରାୱତ କହିଛନ୍ତି ଯେ, ଯମୁନା ନଦୀର କେଶୀ ଘାଟ ନିକଟରେ ଏହି ଘଟଣା ଘଟିଛି । ଉଦ୍ଧାର ହୋଇଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ବୃନ୍ଦାବନର ଶ୍ରୀଙ୍ଗାର ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀମାନେ ପଞ୍ଜାବର ଲୁଧିଆନାରୁ ତୀର୍ଥଯାତ୍ରା ପାଇଁ ଆସିଥିଲେ ।

 

By Nirvay

Leave a Reply

Your email address will not be published. Required fields are marked *