polling-across-assam-kerala-and-puducherry-conclude-peacefully
କଡ଼ା ସୁରକ୍ଷା ମଧ୍ୟରେ, ଶାନ୍ତିପୂର୍ଣ୍ଣ ଭାବେ ଆଜି ଆସାମ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୬ଟାରେ ଶେଷ ହୋଇଛି ।
 
ନିର୍ବାଚନ କମିସନ ତଥ୍ୟ ଅନୁଯାୟୀ ପୁଡ଼ୁଚେରୀରେ ସର୍ବାଧିକ ୮୯.୭ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବାବେଳେ ଆସାମରେ ୮୫.୩ ପ୍ରତିଶତ ଏବଂ କେରଳରେ ୭୭.୯ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ମତଦାନ ପ୍ରତିଶତ ଆହୁରି ବୃଦ୍ଧି ପାଇପାରେ ।
 
ଆସାମରେ ୧୨୬ ବିଧାନସଭା ନିର୍ବାଚନମଣ୍ଡଳୀରେ ଆଜି ଭୋଟ୍‌ ଗ୍ରହଣ ହୋଇଛି । ସେହିପରି କେରଳରେ ୧୪୦ ବିଧାନସଭା ଆସନ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ୩୦ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି ।
 

By Nirvay

Leave a Reply

Your email address will not be published. Required fields are marked *