ସାରା ରାଜ୍ୟରେ ଗ୍ୟାସ୍ ସଙ୍କଟ ଲାଗି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଚାଲିଛି ବେଆଇନ ଗ୍ୟାସ୍ କାରବାର । ମୋହନା ହାଇସ୍କୁଲ ଛକ ନିକଟରୁ ବେଆଇନ୍ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ବେଆଇନ୍ ଗଚ୍ଛିତ ରଖିଥିବା ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ । ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଏକ ଟିମ୍‌ର ଚଢ଼ାଉ କରିଛି । ଚଢ଼ାଉ ବେଳେ ଏଚ୍‌ପି କମ୍ପାନୀର ୫୧ଟି ସିଲିଣ୍ଡର ଜବତ କରାଯାଉଛି । ଜବତ ସିଲିଣ୍ଡର ମଧ୍ୟରେ ୨୪ଟି ଖାଲି ଓ ୨୭ଟି ଗ୍ୟାସ୍ ଭର୍ତ୍ତି ଥିବା ସୂଚନା ମିଳିଛି।

ଏହା ସହ ଚଢାଉ ବେଳେ ବିତରକଙ୍କ କୌଣସି ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇ ପାରିନଥିବା ବେଳେ କାଉଣ୍ଟରରେ ଅଗ୍ନୀ ନିର୍ବାପକ ଲାଇସେନ୍ସ ମଧ୍ୟ ନଥିଲା । ଗ୍ରାହକଙ୍କୁ ଗ୍ୟାସ୍ ଦେବା ପରେ ବିଲ୍ ମଧ୍ୟ ଦିଆଯାଉ ନାହିଁ । ତେଣୁ ଚୋରାରେ ବ୍ୟବସାୟ ହେଉଥିବାରୁ ପ୍ରଶାସନ ପକ୍ଷରୁ ଟିମ୍ ଚଢାଉ କରିଥିଲା । ତଦନ୍ତ ପରେ ସଂପୃକ୍ତ ଏଜେନ୍ସୀ ବିରୁଦ୍ଧରେ ଜରିମାନା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

ସୂଚନା ଯୋଗ୍ୟ; ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା ମୋହନାର ହାଇସ୍କୁଲ ଛକ ନିକଟରୁ ବେଆଇନ୍ ଗଚ୍ଛିତ ରଖିଥିବା ଗ୍ୟାସ୍ ଏଜେନ୍ସୀ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏକ ଗାଡ଼ିରେ ବେଆଇନ ଭାବେ ଗ୍ୟାସ୍‌ ସିଲିଣ୍ଡର୍‌ ବିକ୍ରି ହେଉଥିବା ଧରାପଡ଼ିଥିଲା। ତଦନ୍ତ ସମୟରେ ସମ୍ପୃକ୍ତ ବ୍ୟକ୍ତିମାନେ ଗାଡ଼ି କିମ୍ବା ସିଲିଣ୍ଡର୍‌ ସମ୍ପର୍କିତ କୌଣସି ବୈଧ ପ୍ରମାଣପତ୍ର ଦେଖାଇ ପାରିନଥିଲେ। ଫଳସ୍ୱରୂପ, ପ୍ରଶାସନ ଗାଡ଼ି ସହ ମୋଟ ୫୧ଟି ଗ୍ୟାସ୍‌ ସିଲିଣ୍ଡର୍‌ ଜବତ କରିଥିଲା।

ଗତ କିଛି ଦିନ ମଧ୍ୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୯ଟି ମାମଲା ରୁଜୁ ହୋଇଥିବା ବେଳେ ମୋଟ ୧୮୨ଟି ସିଲିଣ୍ଡର୍‌ ଜବତ କରାଯାଇଛି। ପ୍ରଶାସନ ଏହାକୁ ଗୁରୁତ୍ୱ ସହିତ ନେଇ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *