ପ୍ରକାଶ ପାଇଲା ଓଏସ୍ଏସଟିଇଟି-୨୦୨୫ ରେଜଲ୍ଟ । ଅପରାହ୍ନ ୪ଟା ପରଠୁ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏବଂ ଅପରାହ୍ନ ୫ଟା ପରଠୁ ୱେବସାଇଟ୍‌ରୁ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍‌ ଡାଉନଲୋଡ୍‌ କରିପାରିବେ ।

ସୂଚନା ଯୋଗ୍ୟ; ଗତ ଜାନୁଆରୀ ୨୧ ତାରିଖରେ ହୋଇଥିଲା ପରୀକ୍ଷା । ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଦେଇଥିଲେ ପେପର-୧ ଓ ୨ ପରୀକ୍ଷା। ମୋଟ ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ନେଇ ବିଏସ୍ଇ ପକ୍ଷରୁ ସୂଚନା ମିଳିଛି ।

ବିଏସ୍ଇର ସୂଚନା ମୁତାବକ, ଗତ ଜାନୁଆରୀ ୨୧ ଓଏସ୍ଏସଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୫୬ ହଜାର ୪୫୬ ପରୀକ୍ଷାର୍ଥୀ ପେପର-୧ ଓ ୨ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ହାରାହାରି ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଜି ଅପରାହ୍ନ ୪ଟା ପରଠୁ ବିଏସ୍ଇର ଅଫିସିଆଲ୍ ୱେବ୍ ସାଇଟ୍ ରେ http://bseodisha.ac.in ରେ ପରୀକ୍ଷା ଫଳ ଦେଖିହେବ । ଏହା ଆଜି ସନ୍ଧ୍ୟା ୫ଟାରୁ ଏପ୍ରିଲ ୧୭ ତାରିଖ ଯାଏ ଏହି ଓଏମ୍ଆର୍ ସିଟ୍ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *