ଚାଷୀଙ୍କ ସବୁ ଧାନ ଉଠାଇବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଛନ୍ତି । ଏଯାବତ୍ ୭୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଏହା ସହ ମିଲ୍ରେ ଜାଗା ଅଭାବ ଯୋଗୁ ଧାନ କିଣା ପ୍ରକ୍ରିୟା ବିଳମ୍ବ ହୋଇଥିଲା । ଚାଷୀଙ୍କ ଧାନ କିଣା ଅବଧି ବୃଦ୍ଧି କରିଛନ୍ତି ସରକାର । ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ । ଆସନ୍ତାବର୍ଷ ସମସ୍ୟା ନ ହେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ମାର୍ଚ୍ଚ ୩୧ ତାରିଖରେ ଧାନ କ୍ରୟ ଅବଧି ଶେଷ ହୋଇଥିଲେ ମଧ୍ୟ, ଚାଷୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭ ଦିନର ସମୟ ବୃଦ୍ଧି କରିଛନ୍ତି। ଏହା ଫଳରେ ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି, ସେମାନେ ଏହି ଅତିରିକ୍ତ ସମୟ ଭିତରେ ନିଜ ଧାନ ବିକ୍ରି କରିପାରିବେ। ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ମିଲ୍ଗୁଡ଼ିକରେ ଜାଗା ଅଭାବ ହେତୁ ଧାନ କ୍ରୟ ପ୍ରକ୍ରିୟାରେ କିଛି ବିଳମ୍ବ ଘଟିଥିଲା। କିନ୍ତୁ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ଅତିରିକ୍ତ ସମୟ ଦେଇଛନ୍ତି, ଯାହାଦ୍ୱାରା ଜଣେ ବି ଚାଷୀ ଅସୁବିଧାରେ ପଡ଼ିବେ ନାହିଁ। ରାଜ୍ୟରେ ଯେତେ ଧାନ ରହିଛି, ସରକାର ସମସ୍ତ ଧାନ କ୍ରୟ କରିବେ। କୌଣସି ଚାଷୀଙ୍କ ଧାନ ଏଥିରୁ ବଞ୍ଚିତ ହେବ ନାହିଁ ବୋଲି ସରକାର ପ୍ରତିବଦ୍ଧ ଅଛନ୍ତି। Post navigation BSE Matric Examination Results: ମେ ଦ୍ୱିତୀୟ ସପ୍ତାହ ସୁଦ୍ଧା ବାହାରି ମାଟ୍ରିକ୍ ରେଜଲ୍ଟ: ଶ୍ରୀକାନ୍ତ ତରାଇ PNG Connection: ୩ ମାସ ମଧ୍ୟରେ ସବୁ ସହରାଞ୍ଚଳକୁ ଯୋଗାଇ ଦିଆଯିବ ପିଏନ୍ଜି ସଂଯୋଗ: କୃଷ୍ଣ ଚନ୍ଦ୍ର ପାତ୍ର