ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ହରିଶଙ୍କର ମନ୍ଦିର ଦର୍ଶନ ଯାଉଥିବା ବେଳେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଟାକେରା ନିକଟ ହନୁମାନଘାଟି ବୁଲାଣି ରାସ୍ତାରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୫ ଜଣଙ୍କ ମୃତ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାର ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ ୫୦ ଜଣରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଘରୋଇ ବସ ବଲାଙ୍ଗିର ଜିଲ୍ଲା ହରିଶଙ୍କର ନୃସିଂହ ନାଥଙ୍କ ଦର୍ଶନ ପାଇଁ ବାହାରିଥିଲା । ତେବେ ପିଠାଖାଇ ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ପଥର ସହ ବାଡ଼େଇ ହେବାରୁ ରାସ୍ତାକଡ଼କୁ ଓଲଟି ପଡିଥିଲା । ମୃତ ବ୍ୟକ୍ତିମାନେ ବ୍ରହ୍ମପୁର ଅଞ୍ଚଳର ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ଏବଂ ପ୍ରବୀଣ ସାହୁ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ ତଦନ୍ତ ଚଳାଇଛି । Post navigation Railway Budget For Odisha: ୨୦୨୫-୨୬ରେ ଓଡ଼ିଶାକୁ ରେଲୱେ ବ୍ୟୟବରାଦ ୧୩ ଗୁଣା ବୃଦ୍ଧି Odisha CM on Delhi Visit: ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ