ଦୁର୍ବଳ ହେଲା ଭାରତୀୟ ଟଙ୍କା । ଡଲାର ତୁଳନାରେ ଦୁର୍ବଳ ହେଲା ଭାରତୀୟ ଟଙ୍କା। ୧ ଡଲାର ମୂଲ୍ୟ ୯୪ ଟଙ୍କା ୧୭ ପଇସା ହେଲା । ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ଅଧୋପତନ । ମହଙ୍ଗା ଡଲାର ଦେଶର ଦରଦାମ ସ୍ଥିତି ବିଗାଡ଼ିବା ଆଶଙ୍କା । ଗୋଟିଏ ପଟେ ଯୁଦ୍ଧ ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହନ୍ତସନ୍ତ ହେଉଛନ୍ତି ତ ସେପଟେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଅବମୂଲ୍ୟାୟନ ହେଉଛି । ଏବେ ସବୁ ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଂଚିଛି ଟଙ୍କାର ମୂଲ୍ୟ । କେବଳ ସେତିକି ନୁହେଁ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ତୈଳ ସଂକଟ ବି ଘନେଇବାରେ ଲାଗିଛି । ଏବେ ବିଶ୍ୱବଜାରରେ ଆଶୋଧିତ ତୈଳର ମୂଲ୍ୟ ୧୦୦ ଡଲାର ଅତିକ୍ରମ କରିଛି । ଏହାସହ ସେୟାର ବଜାର ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ୁଛି। ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରୁ ମୁହଁ ଫେରାଉଛନ୍ତି। ଯାହାର ପ୍ରଭାବ ବି ଟଙ୍କା ଉପରେ ପଡ଼ୁଛି। ଫଳରେ ନିବେଶକଙ୍କ ଟଙ୍କା ବି ବୁଡ଼ିବାରେ ଲାଗିଛି। ବିଶ୍ୱସ୍ତରୀୟ ଅନିଶ୍ଚିତତା କାରଣରୁ ନିବେଶକମାନେ ଡଲାରକୁ ଏକ ସୁରକ୍ଷିତ ମୁଦ୍ରା ଭାବେ ଗ୍ରହଣ କରି ଏହାର ଚାହିଦା ବଢ଼ାଇବାରେ ଲାଗିଛନ୍ତି। Post navigation US-Iran War: ଇରାନ-ଆମେରିକା ଯୁଦ୍ଧ: ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ ଟ୍ରମ୍ପ Commercial LPG Allocation: ବାଣିଜ୍ୟିକ ଏଲ୍ପିଜି ବଣ୍ଟନ ୭୦%କୁ ବୃଦ୍ଧି ପ୍ରସ୍ତାବ