trump-attacks-irans-kharg-island
ଆହୁରି ଭୀଷଣ ହେଲା ଇରାନ-ଆମେରିକା ଯୁଦ୍ଧ । ମଧ୍ୟପ୍ରାଚ୍ୟ ଇତିହାସରେ ସବୁଠାରୁ ଶକ୍ତିଶାଳୀ ବୋମା ହମଲା କଲା ଆମେରିକା । ଇରାନର ତୈଳ ହବ୍ ଭାବେ ଜଣାଶୁଣା କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି ।
 
ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଦ୍ୱାରା ଭୟଙ୍କର ଆକ୍ରମଣ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନର ତୈଳ ହବ୍ ଭାବେ ଜଣାଶୁଣା ଖାର୍ଗ ସମେତ ଆମେରିକୀୟ ସେନା ଦ୍ୱୀପରେ ସମସ୍ତ ସାମରିକ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଦେଇଛନ୍ତି । ଖାର୍ଗ ଦ୍ୱୀପ ମାଧ୍ୟମରେ ପ୍ରାୟ ୯୫% ତୈଳ ରପ୍ତାନି ହୋଇଥାଏ ।
 
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନ ମାଟିରେ ମିଶିବା ଆଡ଼କୁ ଯାଉଛି । ଆତ୍ମସମର୍ପଣ ନ କଲେ ଚିହ୍ନ ରହିବନି । ଇସ୍ରାଏଲକୁ ଧ୍ୱଂସ କରିବା ସ୍ୱପ୍ନ ପାଲଟିଯାଇଛି ବୋଲି ସେ କହିଛନ୍ତି ।
 
ବିଶ୍ଳେଷକମାନେ ଚେତାବନୀ ଦେଇଛନ୍ତି ଯେ ଖାର୍ଗ ଦ୍ୱୀପ କିମ୍ବା ହର୍ମୁଜ୍ ପ୍ରଣାଳୀରେ ଯେକୌଣସି ଉତ୍ତେଜନା ବିଶ୍ୱ ତୈଳ ବଜାରର ସ୍ଥିରତାକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରିବ ।
 

By Nirvay

Leave a Reply

Your email address will not be published. Required fields are marked *