ବରଗଡ଼ ଜିଲ୍ଲା, ଭେଡେନ ବ୍ଲକ, କୁଶନପୁରୀ ଗ୍ରାମର ଜଣେ ଚାଷୀ ବିଦ୍ୟୁତ ବିଲ ପରିଶୋଧ ନକରିପାରିବାରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ନେଇ ରଖିଛନ୍ତି । ସୂଚନା ଅନୁଯାୟୀ, ରମେଶ ପାତ୍ର ନାମକ ଜଣେ ଚାଷୀଙ୍କ ୪ ଏକର ଜମି ଥିବାବେଳେ ଟଙ୍କା ଭଉଣୀଙ୍କ ୪ ଏକର ଜମି ଅଛି ହେଲେ ଏବେ ଯାଏଁ ଟୋକନ ଆସିନଥିବାରୁ ଧାନ ବିକ୍ରି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିସ୍ଥିତିରେ, ୨୫ ତାରିଖ ଭିତରେ ୮୦୦୦ ଟଙ୍କା ପୈଠ କରିବାକୁ ବିଦ୍ୟୁତ ବିଭାଗ ପକ୍ଷରୁ ନୋଟିସ ଯିବା ପରେ, ଆଉ କିଛି ରାସ୍ତା ନପାଇ ରମେଶ ୮୦୦୦ ଟଙ୍କାର ଧାନ ଥୁଆପାଲି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ନେଇ ଥୋଇଛନ୍ତି । ମଣ୍ଡି ଖୋଲିଛି, କିନ୍ତୁ ଟୋକନ୍ ଆସିନଥିବାରୁ ଧାନ ବିକି ପାରୁନାହାନ୍ତି ଚାଷୀ । ଖୋଲା ଆକାଶ ତଳେ ପଡିରହିଛି ହଜାର ହଜାର ବସ୍ତା ଧାନ । Post navigation Ratna Bhandar Inventory In March: ମାର୍ଚ୍ଚ ପ୍ରଥମ ସପ୍ତାହରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି Grant In Aid For Brahma Taladhwaja Rath: କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟିର ଅନୁଦାନ