BJP core committee discusses about RS Polls
ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଉପରେ କୋର କମିଟିରେ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।
 
ଏନେଇ ସାମଲ କହିଛନ୍ତି ଯେ ଦଳର କୋର କମିଟି ସମ୍ଭାବ୍ୟ ପ୍ରାର୍ଥୀ ନେଇ ଆଲୋଚନା କରିଛନ୍ତି । ଓଡ଼ିଶାରୁ ରାଜ୍ୟସଭାକୁ କାହାକୁ ମନୋନୀତ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଛି । କୋର କମିଟି ସଦସ୍ୟ ଉପଯୁକ୍ତ ନାମ ପ୍ରସ୍ତାବ ଦେବେ । ସେଇ ନାଁ ବିଜେପି ପାର୍ଲିଆମେଣ୍ଟାରୀ କମିଟି ନିକଟକୁ ପଠାଯିବ । ଓଡ଼ିଶାରୁ କେହି ରାଜ୍ୟସଭାକୁ ଯିବେ ନା ରାଜ୍ୟ ବାହାରୁ ଯିବେ ତାହା ସଂସଦୀୟ କମିଟି ନିଷ୍ପତ୍ତି ନେବ ବୋଲି ସାମଲ କହିଛନ୍ତି ।
 
ଏହା ସହ ରାଜ୍ୟର ବିଭିନ୍ନ ବୋର୍ଡ ଏବଂ କର୍ପୋରେସନକୁ ନିଯୁକ୍ତି ସଂପର୍କରେ ମିଳିତ ଆଲୋଚନା କରାଯାଇଛି । ସଂଗଠନାତ୍ମକ ସମନ୍ୱୟ ଏବଂ ଶାସନ ପାଇଁ ଏହି ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଉଛି । ଦଳୀୟ ସୂତ୍ର ଅନୁସାରେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟସଭା ପ୍ରାର୍ଥୀ ନେଇ ସ୍ପଷ୍ଟ ହେବ ।

By Nirvay

Leave a Reply

Your email address will not be published. Required fields are marked *