ଆଜିଠାରୁ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ୱକପ୍ କ୍ରିକେଟ୍ର ଦଶମ ସଂସ୍କରଣ ଆୟୋଜନ କରାଯାଇଛି । ଏଥର ଏହି ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କାରେ ଆୟୋଜନ କରାଯାଇଛି । ଉଦ୍ଘାଟନୀ ମ୍ୟାଚ୍ କୋଲକାତା ଓ ମୁମ୍ବାଇରେ ଖେଳାଯିବ । ଆଜି ଶ୍ରୀଲଙ୍କାର କଲମ୍ବୋରେ ମଧ୍ୟ ମ୍ୟାଚ୍ ଖେଳାଯିବ । ଏଥର T-20 ବିଶ୍ବକପ୍ରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି । ମାର୍ଚ୍ଚ ୮ତାରିଖରେ ଟ୍ୱେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ପୂର୍ବରୁ ବାଂଲାଦେଶ ଖେଳରୁ ବିଦା ହୋଇଥିବାବେଳେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିଛି । ପ୍ରଥମ ଦିନର ମ୍ୟାଚ୍ ସୂଚୀ: ➡️ପୂର୍ବାହ୍ନ ୧୧ଟାରେ: କଲମ୍ବୋରେ ପାକିସ୍ତାନ-ନେଦରଲାଣ୍ଡ ମୁକାବିଲା ➡️ଅପରାହ୍ଣ ୩ଟାରେ: କୋଲକାତାରେ ୱେଷ୍ଟଇଣ୍ଡିଜ୍-ସ୍କଟ୍ଲାଣ୍ଡ ଟକ୍କର ➡️ରାତି ୭ଟାରେ: ମୁମ୍ବାଇରେ ଆମେରିକା (ୟୁଏସ୍ଏ)କୁ ଭେଟିବ ଭାରତ Post navigation US Lifts 25% Penalty Tariff On India: ଭାରତ ଉପରେ ଲାଗିଥିବା ୨୫% ଶୁଳ୍କ ହଟାଇଛି ଆମେରିକା