ଓଡ଼ିଶାର କଟକ ଜିଲ୍ଲାରେ ୨୦୨୭ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।  ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରେ ଆରମ୍ଭ ହେବ ଘର ଗଣନା। ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେ।

ଜିଲ୍ଲାପାଳ କହିଛନ୍ତି ଏଥର ଜନଗଣନା କାର୍ଯ୍ୟକୁ ସଂପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫ ଫେବ୍ରୁଆରୀରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘର ଗଣନା କରାଯିବ । ଘର ଗଣନା ସରିବା ପରେ ଆରମ୍ଭ ହେବ ଜନ ଗଣନା ।

ଏହି ୩୦ ଦିନିଆ କାର୍ଯ୍ୟରେ ଜନଗଣନା କର୍ମଚାରୀମାନେ ସାମିଲ ହେବେ ଯେଉଁମାନେ ପରିବାର ପରିଦର୍ଶନ କରିବେ, ଘର ଚିହ୍ନିତ କରିବେ ଏବଂ ଆବାସିକ ଗଠନ ଏବଂ ପରିବାର ସମ୍ପତ୍ତି ବିଷୟରେ ମୌଳିକ ସୂଚନା ସଂଗ୍ରହ କରିବେ।

ଏହା ସହ ଏଥର ଗଣନା ସମୟରେ ଘରର ସଦସ୍ୟଙ୍କ ଠାରୁ ୩୩ ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ପ୍ରଥମ ପର୍ଯ୍ୟାୟରେ ଘର ଗଣନା କାର୍ଯ୍ୟ, ଘରର ସ୍ଥିତି, ପ୍ରତି ପରିବାରର ସମ୍ପତ୍ତି ଓ ସୁବିଧାସୁଯୋଗ ସଂପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏହାପରେ ଦ୍ବିତୀୟ ପର୍ଯ୍ୟାୟରେ ଜନଗଣନା ହେବ। ଅର୍ଥାତ ଲୋକସଂଖ୍ୟା, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରାଯିବ।

Leave a Reply

Your email address will not be published. Required fields are marked *