Odisha Tableau Rolled On Kartavya Path on Republic Day
ଗଣତନ୍ତ୍ର ଦିବସ ଅବସରରେ, ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆଜି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଗଡ଼ିଛି । ଏହି ପ୍ରଜ୍ଞାପନ ମେଢ଼ଟି ଓଡ଼ିଶାର ସଂସ୍କୃତି, କଳା ଓ ବିକାଶକୁ ପ୍ରଦର୍ଶନ କରୁଛି ।
 
ଏହି ପ୍ରଜ୍ଞାପନ ମେଢ଼ଟି ‘ପରମ୍ପରାରୁ ପ୍ରଗତି’ ସୂତ୍ରକୁ ଆଧାର କରି ଗଠନ କରାଯାଇଛି । ଓଡ଼ିଶାର ବିଭିନ୍ନ ପ୍ରକାର କଳା ଓ ସଂସ୍କୃତିକୁ ଏହି ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଛି । ତତସହିତ କୋରାପୁଟ୍ କଫି, କୋଣାର୍କ ମନ୍ଦିର, ପଟ୍ଟଚିତ୍ର ଓ ତାରକସି କାମ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଛି ।
 
ଓଡ଼ିଶାର ପ୍ରଜ୍ଞାପନ ମେଢ଼ ‘ପରମ୍ପରାରୁ ପ୍ରଗତି’, ଆତ୍ମନିର୍ଭର ଭାରତରେ ଓଡ଼ିଶାର ଅବଦାନ ସହିତ ରାଜ୍ୟରେ ମହିଳାଙ୍କ ନେତୃତ୍ୱ ଓ ସେମି କଣ୍ଡକ୍ଟର ଚିପ୍‌ କୁ ପ୍ରଦର୍ଶିତ କରିଛି ଯାହା ଓଡ଼ିଶାର ସଂସ୍କୃତି ଓ ବିକାଶକୁ ପ୍ରଦର୍ଶନ କରିବା ସହ ଦେଶବାସୀଙ୍କ ମଧ୍ୟରେ ଓଡ଼ିଶା ପ୍ରତି ଆଗ୍ରହ ସୃଷ୍ଟି କରିବ ।

By Nirvay

Leave a Reply

Your email address will not be published. Required fields are marked *