ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ସେମିଳିଗୁଡ଼ା ବନାଞ୍ଚଳ ଅଧିକାରୀ ନିରଞ୍ଜନ ଶତପଥୀଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି । ଗତକାଲି ନିରଞ୍ଜନଙ୍କ ୫ ଠିକଣାରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଚଢାଉରେ ୬ ଜଣ ଡିଏସପି, ୭ ଇନସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ । ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ସରକାରୀ ବସଭବନ ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ ହୋଇଥିଲା । ଏହାଛଡ଼ା ଭୁବନେଶ୍ୱରସ୍ଥିତ ଝାରପଡ଼ାର ଘରୁ ମଧ୍ୟ ବହୁ ସୁନା ରୁପା ଗହଣା, ଦାମୀ ଘଣ୍ଟା, ନଗଦ ଟଙ୍କା ଜବତ ହୋଇଛି । ଏହା ସହିତ ଜଗତସିଂହପୁର ମୁକୁନ୍ଦପୁର ଠାରେ ଥିବା ତାଙ୍କର ପୈତୃକ ବାସଭବନଠାରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲେ । ରେଡ୍ ସମୟରେ ତାଙ୍କ ଘରୁ ୧ କେଜିର ସୁନା ଅଳଙ୍କାର ସହ ନଗଦ ୯.୨୮ ଲକ୍ଷ ଟଙ୍କା ଓ ୬୬.୪୨ ଲକ୍ଷର ଜମାରାଶି ଠାବ ହୋଇଥିଲା । ଏହା ସହିତ ୨ ବହୁତଳ କୋଠା ସହ ୭ ବହୁମୂଲ୍ୟ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ । Post navigation CEC In Bhubaneswar: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୁଖ୍ୟ ନିର୍ବାଚନ କମିଶନର E-Challan Payment Options: ଏଣିକି ଅନ୍ଲାଇନ୍ ସହ ଅଫ୍ଲାଇନ୍ରେ ବି ପୈଠ କରିହେବ ଇ-ଚାଲାଣ