ପୁରୀ ସମୁଦ୍ରରେ ବୁଡ଼ିଗଲେ ୪ ବଙ୍ଗୀୟ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । ଉଦ୍ଧାର ସମସ୍ତ ପର୍ଯ୍ୟଟକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡ଼ିଛି । ଚୈତନ୍ୟ ଛକ ସମ୍ମୁଖ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ସୂଚନା ଯୋଗ୍ୟ; ଆଜି ସକାଳେ କିଛି ବଙ୍ଗୀୟ ପର୍ଯ୍ୟଟକମାନେ ସାଙ୍ଗ ସାଥି ହୋଇ ସେକ୍ଟର ୯ ନମ୍ବର ବେଳାଭୁମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖ ବେଳାଭୁମିରେ ଗାଧୋଉଥିଲେ । ଏହି ସମୟରେ ସମୁଦ୍ର ସୁଅରେ ପର୍ଯ୍ୟଟକମାନେ ଭିତରକୁ ଚାଲିଯାଇଥିଲେ । ଅନ୍ୟ ପର୍ଯ୍ୟଟକମାନେ ଏହା ଦେଖି ତୁରନ୍ତ ଲାଇଫଗାର୍ଡଙ୍କୁ ଖବର ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଲାଇଫଗାର୍ଡ କର୍ମଚାରୀ ଦେବଦୂତ ସାଜି ସେମାନଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ଏହା ପରେ ସମସ୍ତଙ୍କୁ ଉଦ୍ଧାର କରାଯିବା ପରେ ତୁରନ୍ତ ପୁରୀ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି । Post navigation Cold wave: ହାଡଭଙ୍ଗା ଶୀତରେ ଥରୁଛି ପୂରା ଓଡ଼ିଶା Farmer Protest: ନବରଙ୍ଗପୁରର ଝରିଗାଁରେ ଚାଷୀଙ୍କ ଅନନ୍ୟ ପ୍ରତିବାଦ