India women win 2nd successive Kabaddi World Cup title
ଭାରତୀୟ ମହିଳା ଦଳ ଉତ୍କୃଷ୍ଟ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ମହିଳା କବାଡି ବିଶ୍ୱକପ୍ ୨୦୨୫ ଟାଇଟଲ ହାସଲ କରିଛନ୍ତି ।
 
ରୋମାଞ୍ଚକ ଫାଇନାଲରେ ଚାଇନିଜ୍ ତାଇପେକୁ ୩୫-୨୮ ରେ ପରାସ୍ତ କରି ବାଂଲାଦେଶର ଢାକାରେ କ୍ରମାଗତ ଦ୍ୱିତୀୟ ଟାଇଟଲ ହାସଲ କରିଛନ୍ତି ଭାରତୀୟ ମହିଳା କବାଡି ଦଳ ।
 
ବିଶ୍ୱକପରେ ମୋଟ ୧୧ଟି ଦେଶ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଆୟୋଜକ ବାଂଲାଦେଶ ସମେତ ଭାରତ, ଚାଇନିଜ୍ ତାଇପେଇ, ଜର୍ମାନୀ, ଇରାନ, କେନିଆ, ନେପାଳ, ପୋଲାଣ୍ଡ, ଥାଇଲ୍ୟାଣ୍ଡ, ଉଗାଣ୍ଡା ଏବଂ ଜାଞ୍ଜିବାର ଅଂଶଗ୍ରହଣ କରିଥିଲେ ।
 
ଭାରତ ଲିଗ୍ ପର୍ଯ୍ୟାୟରେ ଥାଇଲ୍ୟାଣ୍ଡ (୬୫-୨୦), ଆୟୋଜକ ବାଂଲାଦେଶ (୪୩-୧୮), ଜର୍ମାନୀ (୬୩-୨୨) ଏବଂ ଉଗାଣ୍ଡା (୫୧-୧୬)କୁ ପରାସ୍ତ କରିବା ପରେ ସେମିଫାଇନାଲରେ ୩୩-୨୧ ବ୍ୟବଧାନରେ ଇରାନକୁ ପରାସ୍ତ କରିଥିଲା ।

By Nirvay

Leave a Reply

Your email address will not be published. Required fields are marked *