ଭୁବନେଶ୍ବର ଗାନ୍ଧି ମାର୍ଗରେ ଅଙ୍ଗନବାଡି କର୍ମୀଙ୍କ ବିଶାଳ ସମାବେଶ । ଭୁବନେଶ୍ୱରରେ ଗର୍ଜିଛନ୍ତି ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶିକ୍ଷକ ମାନ୍ୟତା ଦାବି, ଦରମା ୧୮ ହଜାର ଟଙ୍କାକୁ ବୃଦ୍ଧି ଦାବି କରିଥିବା ଜଣାପଡିଛି। ମୋଟ ୧୧ ଦଫା ଦାବିରେ ବିଶାଳ ସମାବେଶ କରି ଗର୍ଜିଲେ । ସୂଚନା ଯୋଗ୍ୟ; ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାକର୍ସ ଆସୋସିଏସନ୍ ବିଧାନସଭା ଘେରାଉ ଡାକରା ଦେଇଛି । ଦରମା ବୃଦ୍ଧି, ମୋବାଇଲ ଦେବା ଭଳି ବିଭିନ୍ନ ଦାବି ନେଇ ବିଧାନସଭା ଘେରାଉ କରିବାକୁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି । ବିଧାନସଭା ସମ୍ମୁଖରେ ଧାରଣାରେ ବସି ନାରାବାଜି କରିଛନ୍ତି । ସେମାନଙ୍କ ଦରମା ବୃଦ୍ଧି କରିବାକୁ ଦାବି କରିଛନ୍ତି । ଅଙ୍ଗନବାଡ଼ି କର୍ମୀଙ୍କ ସର୍ବନିମ୍ନ ଦରମା ୧୮ ହଜାର ଏବଂ ସହାୟିକାଙ୍କ ଦରମା ୯ ହଜାର ଟଙ୍କା କରିବାକୁ ଦାବି କରିଛନ୍ତି । ସେହିପରି ଅବସରକାଳୀନ ସହାୟତା ୧୦ ଲକ୍ଷ, ପେନସନ୍ ଓ ଗ୍ରାଚ୍ୟୁଇଟି ଦେବାକୁ ଦାବି କରିଛନ୍ତି । ସେହିପରି ପୋଷଣ ଟ୍ରାକ୍ କାମ ପାଇଁ ୨ଜି ମୋବାଇଲ ଭଲରେ ନେଟୱାର୍କ ଆସୁନାହିଁ , ଯେଉଁଥିପାଇଁ ଅନେକ ସମୟରେ ହଇରାଣ ହରକତ ହେବାକୁ ପଡ଼ୁଛି । ତେଣୁ ୫ଜି ମୋବାଇଲ ଦେବାକୁ ଦାବି କରିଛନ୍ତି । ଏହାକୁ ନେଇ ରାଜ୍ୟ ପ୍ରାୟ ସମସ୍ତ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ରାଜଧାନୀରେ ଏକାଠି ହୋଇଛନ୍ତି । ସେପଟେ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବିଧାନସଭା ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । Post navigation Dharmendra passes away: ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ India vs South Africa: ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ବ୍ୟାଟରଙ୍କ ଖାମଖିଆଲି ପ୍ରଦର୍ଶନ; ୨୦୧ ରନ୍ରେ ଅଲଆଉଟ୍