Know The Significance Of Dhanteras
ଆଜି ପବିତ୍ର ପର୍ବ ଧନତେରସ । ପ୍ରତିବର୍ଷ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଭଗବାନ ଧନ୍ଵନ୍ତରୀଙ୍କ ଜନ୍ମ ହୋଇଥିଲା । ତେଣୁ ଆଜିର ଦିନକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନ୍ଵନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ଏହି ୪ ଦେବାଦେବୀଙ୍କୁ ଏହି ଦିନ ପୂଜା କଲେ କେବେବି ଅର୍ଥର ଅଭାବ ହୋଇନ ଥାଏ ।
 
ପୁରାଣ ଶାସ୍ତ୍ର ଅନୁଯାୟୀ, ଧନତେରସ ଦିନ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ଵନ୍ତରୀ ଅମୃତ କଳସ ଧରି ସମୁଦ୍ରରୁ ପ୍ରକଟ ହୋଇଥିଲେ । ତେଣୁ ଏହି ଦିନ ବାସନ କିଣିବାର ପରମ୍ପରା ରହିଛି ।
 
ସେଇଭଳି ସେ ସାଗରରୁ ଜନ୍ମ ହେବାର ଦୁଇ ଦିନ ପରେ ସମୁଦ୍ର ମନ୍ଥନରୁ ଦେବୀ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇଥିଲା । ତେଣୁ ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ ପର୍ବ ପାଳନ କରାଯାଏ । ଧନ୍ଵନ୍ତରୀଙ୍କୁ ଭକ୍ତି ଏବଂ ଉପାସନା ଦ୍ୱାରା ସ୍ୱାସ୍ଥ୍ୟ ଉପକାର ମିଳିଥାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି ବୋଲି କୁହାଯାଏ । 
 
ଆଜିର ଦିନ ନୂଆ ବାସନ, ସୁନା, ରୂପା ଅଳଙ୍କାର ସହ ଝାଡୁ ଏବଂ ଲୁଣ କିଣିବା ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । 
 

By Nirvay

Leave a Reply

Your email address will not be published. Required fields are marked *