ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲପାଡୁ ନିକଟ ମେଲିଆପୁଟି ମଣ୍ଡଳର ଗଙ୍ଗାରାଜୁପୁରମ ରାଜଯୋଗ ଗ୍ରାନାଇଟି ଖଣିରେ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକମାନେ ରାଜ୍ୟ ବାହାରର ଅଟନ୍ତି । ମୃତକହେଲେ ମଧ୍ୟପ୍ରଦେଶର ପିଣ୍ଟୁ , ବିହାରର ଶ୍ରବଣ କୁମାର ଓ ରାଜସ୍ଥାନ ନାଗୁର ଜିଲ୍ଲା ମାକରଣାର ମେଘୱାଲ ହେମରାଜ୍। ଗୁରୁତରମାନେ ଶ୍ରୀକାକୁଲମ୍ ଟେକ୍କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଅସାବଧନତା କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରଯାଉଛି। ବିସ୍ଫୋରଣର ପ୍ରକୋପ ଏତେ ଭୟଙ୍କର ଥିଲା ସୂଚନା ମୁତାବକ; ଜଙ୍ଗଲପାଡୁ ଗ୍ରାମ ନିକଟ ସୀମାନ୍ତବର୍ତ୍ତୀ ଆନ୍ଧ୍ରର ପଥର କ୍ୱାରୀରେ ଓଡିଶା, ବିହାର, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟର ଶ୍ରମିକମାନେ କାମ କରନ୍ତି । ଅପରାହ୍ନରେ ଖାଦାନରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ସେଠାରେ ମହଜୁତ ଥିବା ବିସ୍ଫୋରକ ସାମଗ୍ରୀ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । କାର୍ଯ୍ୟରତ ୩ ଜଣ ପିଣ୍ଟୁ, ଶ୍ରବଣ କୁମାର ଓ ହେମରାଜଙ୍କର ଘଟଣା ସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଶ୍ରମିକମାନେ ସମ୍ପୂର୍ଣ୍ଣ ଜଳି ଯାଇଛନ୍ତି । ଅନ୍ୟପକ୍ଷରେ ଏକାଧିକ ଶ୍ରମିକ ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତକଙ୍କ ଶବକୁ ପାହାଡଉପରୁ ବାହାର କରିବାକୁ ଚେଷ୍ଟା କରୁଛି । ସମସ୍ତ ଶ୍ରମିକ ଜଙ୍ଗଲପାଡୁ ଗ୍ରାମରେ ରହୁଥିଲେ । ମେଳିଆପୁଟି ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ହସ୍ତଗତ ହୋଇଛି । Post navigation ହିମାଚଳ ପ୍ରଦେଶରେ ଭୂସ୍ଖଳନ ପରେ ବସ୍ ଉପରେ ପଡ଼ିଲା ପଥର ଓ ମାଟି ଅତଡ଼ା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି ନୂଆଦିଲ୍ଲୀରୁ ଫେରି ନୂଆପଡ଼ା କେବେ ଯିବେ ନବୀନ ?