ବ୍ରହ୍ମପୁରରୁ ମା’ ତାରାତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ କାର୍ ଦୁର୍ଘଟଣା ଗ୍ରସ୍ତ । ହିନ୍ଦୋଳ ନିକଟରେ ହୋଇଥିବା ଏହି ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏବଂ ଅନ୍ୟ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ । ସୂଚନା ଯୋଗ୍ୟ; ୨ ଜଣ ରାଜସ୍ୱ ନିରୀକ୍ଷକ (ଆରଆଇ) ମୃତ୍ୟୁଞ୍ଜୟ ପାଣିଗ୍ରାହୀ ଓ ନିଲୁ ସେଠୀ ନିଜ ପରିବାର ସହିତ ଦଶହରା ପାଇଁ ବ୍ରହ୍ମପୁର ସ୍ଥିତ ମା’ ତାରତାରିଣୀଙ୍କ ଦର୍ଶନ କରିବାକୁ ଯାଇଥିଲେ । ଫେରୁଥିବାବେଳେ ଢେଙ୍କାନାଳ ସ୍ଥିତ ହିନ୍ଦୋଳ ଥାନା ସେରଣାବେଡା ନିକଟରେ ତାଙ୍କ କାର୍ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ରାଜସ୍ୱ ନିରୀକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଛେଣ୍ଡିପଦା ଆରଆଇ ନିଲୁ ସେଠି ଗୁରୁତର ଆହତ ହୋଇଛନ୍ତି। ନିଲୁ ସେଠି ଦୁର୍ଭାଗ୍ୟଜନକ କାରଟି ଚଳାଉଥିଲେ ଯେତେବେଳେ ସେ କାର ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ଗାଡିଟି ରାସ୍ତା କଡରେ ଥିବା ଏକ ଗଛରେ ଧକ୍କା ଦେଇଥିଲା, ଯାହା ଫଳରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଓ ୬ ଜଣ ଗୁରୁତର ହୋଇଛନ୍ତି । ଆହତ ମାନେ ହେଲେ ମୃତକ ଆରଆଇ ମୃତ୍ୟୁଞ୍ଜୟ ପାଣିଗ୍ରାହୀଙ୍କ ସ୍ତ୍ରୀ ଦେବସ୍ମିତା ଦୀକ୍ଷିତ, ୩ ମାସର ଶିଶୁ କନ୍ୟା ଏବଂ ସୁପ୍ରକାଶ ସେଠୀ, ତାଙ୍କ ସ୍ତ୍ରୀ ସୁଜାତା ସେଠୀ, ଦୁଇ ପିଲା ମନୁ ସେଠୀ ଓ ସ୍ୱସ୍ତିକ ସେଠୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ହିନ୍ଦୋଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ପରେ ସମସ୍ତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । Post navigation ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜୁ ଯୁବ ଜନତା ଦଳ ବୈଜୟନ୍ତ ପଣ୍ଡାଙ୍କୁ ସିଲେକ୍ଟ କମିଟି ଅଧ୍ୟକ୍ଷ ଦାୟିତ୍ୱ