କଟକରେ ଭାଙ୍ଗିଲା ପୂଜା ମଣ୍ଡପର ତାଜା। ଦଶହରାରେ ପୂଜା ମାହୋଲକୁ ଫିକା କରିଛି ଲଘୁଚାପ ବର୍ଷା। ଲଗାଣ ବର୍ଷା ଯୋଗୁଁ କଟକ ସ୍ଥିତ ରାଜାବଗିଚାରେ ଥିବା ପୂଜା ମଣ୍ଡପର ତାଜା ଭାଙ୍ଗି ୩ ଆହତ । ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲା ବେଳେ ଅଘଟଣ । ଆହତ ୩ ଜଣଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା । ସେହିପରି ପୂଜା ଚାଲିଥିବା ବେଳେ କଟକରେ ଭୁଷୁଡିଲା ଲାଇଟ୍ ଗେଟ୍। କଲେଜ ଛକରେ ଥିବା ଲାଇଟ୍ ଗେଟ୍ ପ୍ରବଳ ବର୍ଷା ଫଳରେ ଭୁଷୁଡି ପଡିଛି। ରାସ୍ତା ଉପରେ ପଡିରହିବାରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଛି । ସୂଚନା ଯୋଗ୍ୟ; ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ଆହୁରୀ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୩ ତାରିଖ ସକାଳ ଯାଏଁ ବଡ଼ ବର୍ଷାର ସମ୍ଭାବନା ରହିଛି। Post navigation ଅପରିବର୍ତ୍ତିତ ରହିଲା ରେପୋ ରେଟ୍ ଏସଆଇ ପରୀକ୍ଷାରେ ଜାଲିଆତି ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜୁ ଯୁବ ଜନତା ଦଳ