central-govt-announces-3-da-hike-for-employees-pensioners
ପାର୍ବଣ ଋତୁରେ କେନ୍ଦ୍ର ସରକାର, ସରକାରୀ କର୍ମଚାରୀ ଓ ପେନସନରଙ୍କୁ ବଡ଼ ଉପହାର ଦେଇଛନ୍ତି । ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ୩% ବୃଦ୍ଧି ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସୂଚନା ଦେଇଛନ୍ତି । 
 
ଏହି ବୃଦ୍ଧି ଜୁଲାଇ ୨୦୨୫ରୁ କର୍ମଚାରୀଙ୍କ ବେତନରେ ପିଛିଲା ଭାବେ ଲାଗୁ ହେବ । ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବରର ବକେୟା ଅକ୍ଟୋବର ଦରମା ସହିତ ମିଳିବ । ଏହାଦ୍ୱାରା ପ୍ରାୟ ୪୯ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନ୍‌ସନଧାରୀ ଉପକୃତ ହେବେ ।
 
ସରକାରଙ୍କ ଏହି ବେତନ ସଂଶୋଧନ ପରେ କର୍ମଚାରୀଙ୍କ ଡିଏ ୫୫%ରୁ ବଢ଼ି ୫୮% ହୋଇଯିବ । ଏହି ଡିଏ ବୃଦ୍ଧି ପାଇଁ ସରକାରଙ୍କୁ ୧୦ ହଜାର ୮୪ କୋଟି ଟଙ୍କା ଅତିରିକ୍ତ ଦେୟ ପଡ଼ିବ । ସପ୍ତମ ବେତନ ଆୟୋଗ ମୁତାବକ, ସମସ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କ ସହିତ ପେନସନଭୋଗୀଙ୍କ ପାଇଁ ଏହା ଲାଗୁ ହେବ ।
 

By Nirvay

Leave a Reply

Your email address will not be published. Required fields are marked *