ଫିକା ପଡ଼ିବ ଦଶହରା । ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ଏହା ୩ ତାରିଖ ସକାଳ ସମୟରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠୁ ପ୍ରବଳ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୨ ଓ ୩ ତାରିଖ ସକାଳ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ପୂଜା ସହ ପ୍ୟାଣ୍ଡେଲ ପ୍ରଭାବିତ ହୋଇପାରେ । ସୂଚନା ଅନୁଯାୟୀ, କଟକରେ ପ୍ରବଳ ବର୍ଷା ଯୋଗୁଁ କଲେଜ ଛକ ଲାଇଟ୍ ଗେଟ୍ ଭାଙ୍ଗିଯାଇଛି ତେବେ କାହାର କିଛି କ୍ଷତି ହୋଇନି । Post navigation ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ମାମଲା: ୨ ଗିରଫ କଟକରେ ଭାଙ୍ଗିଲା ପୂଜା ମଣ୍ଡପର ତାଜା ଓ ଲାଇଟ୍ ଗେଟ୍ : ୩ ଆହତ