ଓଡ଼ିଶାରେ ହେବାକୁ ଥିବା ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ। ଲିଖିତ ପରୀକ୍ଷା ସ୍ଥଗିତ ରହିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ପରୀକ୍ଷା। ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ଅପ୍ରତ୍ୟାଶିତ ଘଟଣାକ୍ରମକୁ ନେଇ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ନିଆଯାଇଛି । କିଛି ସମୟ ପୂର୍ବରୁ ହେଲ୍‌ପ ଲାଇନ୍ ନମ୍ବର ଜାରି କରିଥିଲା OPRB । ତେବେ ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଏବଂ ପରବର୍ତ୍ତୀ ପରୀକ୍ଷା ତାରିଖ ନେଇ ଓପିଆରବି ପକ୍ଷରୁ ସୂଚନା ଦିଆଯିବ ବୋଲି କୁହାଯାଇଛି।

ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିବା ପରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହ ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ ପରେ କ୍ରାଇମବ୍ରାଞ୍ଚର ତତ୍ପରତା ଦେଖେଇଛି । ଏକ ୫ ଜଣିଆ କ୍ରାଇମବ୍ରାଞ୍ଚ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି । ଏହା ସହ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରାଯାଇଛି ।

ମିଳିଥିବା ସୂଚନା ମୁତାବକ, ୧୨୦ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରରୁ ଉଠାଇ ଆଣିଥିଲା ପୁଲିସ। ବ୍ରହ୍ମପୁରକୁ ଏହି ଛାତ୍ରମାନଙ୍କୁ ଆଣି ପୁଲିସ ପଚରାଉଚୁରା କରୁଛି।

Leave a Reply

Your email address will not be published. Required fields are marked *