Home Stay Scheme to be implemented in Odisha
ପର୍ଯ୍ୟଟକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟରେ ହୋମ୍‌ ଷ୍ଟେ ଯୋଜନା କାର୍ଯ୍ୟକାରୀ କରିବେ ସରକାର । ଏହି ଯୋଜନା ୨୦୨୯-୩୦ ଆର୍ଥିକ ବର୍ଷ ଯାଏଁ କାର୍ଯ୍ୟକାରୀ ହେବ ।
 
ଗ୍ରାମୀଣ ଓ କମ୍ ଜଣାଶୁଣା ସ୍ଥାନରେ ହୋମ୍‌ ଷ୍ଟେ ବାସସ୍ଥାନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଅଧିସୂଚିତ ପଞ୍ଚାୟତରେ ପ୍ରତିଷ୍ଠା ହେବ ନୂଆ ଗୃହ ନିବାସ ୟୁନିଟ୍ । ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରୋତ୍ସାହନ ଦେବେ ସରକାର ।
 
ଏହି ଯୋଜନାରେ ୫୦ କୋଟି ବ୍ୟୟବରାଦରେ ପ୍ରାୟ ୪୫୦ ନୂଆ ଗୃହ ନିବାସ କରାଯିବ । ପ୍ରତି ଭଡ଼ା ଘର ପାଇଁ ଅଢ଼େଇ ଲକ୍ଷ ଟଙ୍କା ଦେବେ ସରକାର । ସର୍ବାଧିକ ୪ଟି କଠୋରୀକୁ ପ୍ରୋତ୍ସାହନ ଦିଆଯିବ ।
 
ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ଏହାଦ୍ୱାରା ରୋଜଗାର ବଢ଼ିବା ସହିତ କମ୍ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ ।

By Nirvay

Leave a Reply

Your email address will not be published. Required fields are marked *