କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀ ୧୭ରୁ ଏହି ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ ହେବ । ଏ ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଡ. ସନ୍ୟାମ ଭରଦ୍ୱାଜ। ସଠିକ୍ ସମୟରେ ପରୀକ୍ଷା ଆରମ୍ଭ କରିବା ପାଇଁ ଚାଲିଛି ପ୍ରସ୍ତୁତି। ପରୀକ୍ଷାର ୧୦ ଦିନ ପରେ ଆରମ୍ଭ ହୋଇପାରେ ମୂଲ୍ୟାୟନ। ୧୨ ଦିନ ଭିତରେ ମୂଲ୍ୟାୟନ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନା ଯୋଗ୍ୟ; ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଖାପାଖି ୪୫ ଲକ୍ଷ ପିଲା ପରୀକ୍ଷା ଦେବେ। ଉଭୟ ଶ୍ରେଣୀ ପରୀକ୍ଷା ଗୋଟିଏ ସିପ୍ଟରେ ଆରମ୍ଭ ହେବ। ପରୀକ୍ଷା ସହ ଖାତାଦେଖା ଓ ଫଳାଫଳ ଆଦି ପ୍ରକ୍ରିୟା ଜୁଲାଇ ୧୫ ଭିତରେ ଶେଷ କରିବାର ଯୋଜନା ରହିଛି। ସିବିଏସ୍ଇ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା (ଦଶମ) ଫେବୃଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ। ସେହିପରି ସିବିଏସ୍ଇ ସିନିୟର ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଦ୍ୱାଦଶ) ଏପ୍ରିଲ ୯ରେ ଶେଷ ହେବ। ପରୀକ୍ଷା ଶେଷ ହେବାର ୧୦ ଦିନ ପରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ଓ ଏହା ୧୨ଦିନ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବ ।

Leave a Reply

Your email address will not be published. Required fields are marked *