ଶ୍ରୀମନ୍ଦିରରେ ବନ୍ଦ ହେଲା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ।ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ବନ୍ଦ ହେଲା ମହାପ୍ରଭୁଙ୍କ ଦର୍ଶନ । ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ଭିତରକୁ ଗଲେ ପ୍ରାଧୀକୃତ ସଦସ୍ୟ । ଜଷ୍ଟିସ ବିଶ୍ବନାଥ ରଥ, ମୁଖ୍ୟ ପ୍ରଶାସକଙ୍କ ସମେତ ଅନ୍ୟ ସଦସ୍ୟ ଗଲେ । କିଛି ସମୟ ପରେ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ରତ୍ନ ଅଳଙ୍କାର । ସୂଚନା ଯୋଗ୍ୟ; ଶ୍ରୀମନ୍ଦିରର ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର ଆଜି ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ । ଏଥିପାଇଁ ପୂର୍ବାହ୍ନ ୧୦ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି । ସେହିପରି ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ । ମୁଖ୍ୟ ଦେଉଳ ତଥା ଝୁଲଣ ମଣ୍ଡପ ପରିସରକୁ ମଧ୍ୟର ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଛି । ମହାପ୍ରସାଦ ପାଇବାକୁ ଚାହୁଥିବା ଭକ୍ତମାନେ ଆନନ୍ଦ ବଜାରକୁ ଉତ୍ତରଦ୍ବାର ଦେଇ ଭିତରକୁ ପ୍ରବେଶ କରିପାରିବେ । ଉକ୍ତ କଟକଣା ସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ରହିବ। Post navigation ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ; ୪ଟା ଯାଏଁ ଗୃହମୁଲତବି