7.4-magnitude earthquake hits Russia; tsunami alert issued
ରୁଷିଆର କାମଚଟକାର ପୂର୍ବ ଉପକୂଳରେ ଶନିବାର ଦିନ ସକାଳେ ପୁଣି ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୪ ଓ ଗଭୀରତା ୩୯.୫ କିଲୋମିଟର ରେକର୍ଡ ହୋଇଛି ।
 
ଏଥିଯୋଗୁ ସୁନାମୀ ଚେତାବନୀ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତି ଯୟକ୍ଷତିର ରିପୋର୍ଟ ଆସିନାହିଁ ।
 
ଜୁଲାଇ ମାସରେ ୮.୮ ତୀବ୍ରତା ବିଶିଷ୍ଟ ଭୂକମ୍ପର ଭୟଙ୍କର ଚିତ୍ର ମନରୁ ନଲିଭୁଣୁ ଋଷରେ ପୁଣି ଭୂକମ୍ପ ଝଟ୍‌କା ଲାଗିଛି । ଭୂକମ୍ପର କେନ୍ଦ୍ରସ୍ଥଳୀ ୧୦ କିଲୋମିଟର ତଳେ ଥିବା ଜର୍ମାନ ଭୂବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର ଅନୁମାନ କରିଛି ।

By Nirvay

Leave a Reply

Your email address will not be published. Required fields are marked *