ଅଶାନ୍ତ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ପୂର୍ବତନ ନେପାଳ ସୁପ୍ରିମକୋର୍ଟ ବିଚାରପତି ସୁଶୀଳା କାର୍କି । ରାଷ୍ଟ୍ରପତି ରାମ ଚନ୍ଦ୍ର ପଉଡେଲ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି ସୁଶୀଳା । ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବା ପାଇଁ ଜେନେରାଲ ଜି ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକମତ ହୋଇଥିଲା । ୭୨ ବର୍ଷ ସୁଶୀଳା ୨୦୧୬ ରେ ନେପାଳର ପ୍ରଥମ ତଥା ଏକମାତ୍ର ମହିଳା ଭାବେ ପ୍ରଧାନ ବିଚାପତି ପଦ ସମ୍ଭାଳିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ସେ ପୋଷ୍ଟ ଗ୍ରାଜୁଏଟ୍ କରିଥିଲେ । Post navigation ନେପାଳରେ ବଢ଼ିଲା କର୍ଫ୍ୟୁ