କଟକ ସହରରେ ବାଜିଲା ପାର୍ବଣର ବିଗୁଲ। ଧରାପୃଷ୍ଠକୁ ଆସୁଛନ୍ତି ମା’ ଦୁର୍ଗା । କଟକର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେପ୍ଟେମ୍ୱର ୨୮ ତାରିଖରୁ କଟକ ଦୁର୍ଗାପୂଜା ଆରମ୍ଭ ହେବାକୁ ଯାଉଥିବା ବେଳେ ଅକ୍ଟୋବର ୩ ତାରିଖରେ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା କରାଯିବା ନେଇ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ବୈଠକ ପରେ ଶାନ୍ତି ଶୃଙ୍ଖଳାରେ ପୂଜା ପାଳନ କରିବାକୁ ସହରବାସୀଙ୍କୁ ନିବେଦନ କରିଛି କମିଟି।

ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବରୁ ମା’ ଦୁର୍ଗାଙ୍କ ପୂଜା ପାଇ ମାଟି ଅନୁକୂଳ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ପୂଜା ମଣ୍ଡପ ଶୋଭାଯାତ୍ରାରେ ନଦୀ ପଠାକୁ ଯାଇ ମାଟି ଅନୁକୂଳ କରିଥିଲେ । କଟକ ସହର ଯେତିକି ପୁରୁଣା, ଏହାର ଐତିହ୍ୟ ଓ ପରମ୍ପରା ମଧ୍ୟ ସେତିକି ସମୃଦ୍ଧ । ଦୁର୍ଗାପୂଜାକୁ ନେଇ କଟକର ସ୍ୱତନ୍ତ୍ର ପରିଚୟ ରହିଛି । ପ୍ରାୟ ୫ ଶହ ବର୍ଷ ପୂର୍ବେ କଟକରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା ।

 

Leave a Reply

Your email address will not be published. Required fields are marked *