odisha cm announces rs-10-lakh-life-insurance for sanitation-workers
ପରିମଳ କର୍ମଚାରୀଙ୍କୁ ସୁରକ୍ଷା, ସମ୍ମାନ ପ୍ରଦାନ ପାଇଁ ଲୋକସେବା ଭବନରେ ଆୟୋଜିତ ‘ଗରିମା’ କାଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପରିମଳ କର୍ମଚାରୀଙ୍କୁ ଏଣିକି ଜୀବନ ବୀମା ମିଳିବ । ସମସ୍ତ ସଫେଇ କର୍ମଚାରୀ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ପାଇବେ ବୋଲି ସେ ଘୋଷଣା କରିଛନ୍ତି ।
 
ଏହା ସହିତ ସବୁ ସୁରକ୍ଷା ସତ୍ତ୍ୱ କର୍ମକ୍ଷେତ୍ରରେ ମୃତ୍ୟୁ ହେଲେ ପରିବାରକୁ ୩୦ ଲକ୍ଷ ଟଙ୍କା ମିଳିବ । ସହକାରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର ମିଳିବ । ସମସ୍ତ ସଫେଇ କର୍ମଚାରୀଙ୍କୁ ମୋବାଇଲ ଦେବେ ସରକାର ।
 
ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭାରତର ପ୍ରମୁଖ ପରିମଳ କର୍ମଚାରୀ ସଶକ୍ତିକରଣ କର୍ମଶାଳା- ୨ ଦିନିଆ ‘ଗରିମା’ ଜାତୀୟ କର୍ମଶାଳାର ଉଦଘାଟନ ହୋଇଛି । 

By Nirvay

Leave a Reply

Your email address will not be published. Required fields are marked *