5th-accused-arrested--on-bmc-additional-commissioner attack-case

ଗତ କାଲି ଜୁନ ୩୦ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ହିଂସାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆଧାରରେ ୫ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲେ ରାଜ୍ୟ ସଭାପତି ମନମୋହନ ସାମଲ ।

ସେମାନେ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମି ରଞ୍ଜନ, ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ, ସଂଜୀବ ମିଶ୍ର ।

ଏହା ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୨୯ ନମ୍ବର ଓ୍ଵାର୍ଡ କର୍ପୋରେଟର ଜୀବନ ରାଉତରାୟ, ରଶ୍ମୀ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା।

ସୂଚନା ଯୋଗ୍ୟ; ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା ଏବେ ରାଜ୍ୟ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଛି।  ଗତକାଲି ବିଏମସି ଅଫିସରେ ଜନଶୁଣାଣି ବେଳେ ଅଫିସ ଭିତରେ ପଶିଥିଲେ ଆକ୍ରମଣକାରୀ ।  ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ କଲର ଧରି ଘୋଷାଡିଥିଲେ ଦୁର୍ବୃତ୍ତ।  ରତ୍ନାକର ସାହୁଙ୍କ ଚାମ୍ବରରେ ପଶି ନିସ୍ତୁକ ମାଡ଼ ମାରିଛନ୍ତି । ହଠାତ ୫ଜଣ ଯୁବକ ଚାମ୍ବରରେ ପଶି ରତ୍ନାକର ସାହୁଙ୍କୁ ବିଧା, ଗୋଇଠା ସହ ପ୍ରବଳ ମାଡ଼ ମାରିଥିବା ଭିଡ଼ିଓ ସାମ୍ନାକୁ ଆସିଥିଲା ।

Leave a Reply

Your email address will not be published. Required fields are marked *