ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ । ଦିନକୁ ଦିନ ନିଶା କାରବାର ତଥା ସେବନ ବଢିଚାଲିଛି। ଏହରିମଧ୍ୟରେ ନୀଳ ଜହରକୁ ମୂଳପୋଛ କରିବା ପାଇଁ ଆକ୍ସନ ମୋଡ଼ରେ ଆବକାରୀ ବିଭାଗ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପଥ୍ବୀରାଜ ହରିଚନ୍ଦନ ।

ସେ କହିଛନ୍ତି ରାଜ୍ୟରେ ବିଭିନ୍ନ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଇ ଅନେକ ସ୍ଥାନରେ ଚୋରା ଗଞ୍ଜେଇ ବ୍ୟବସାୟ କରନ୍ତି ।ଚଳିତ ବର୍ଷ ସର୍ବାଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ବିଭିନ୍ନ ସ୍ଥାନରେ ଜନଜାତିର ଲୋକଙ୍କୁ ପ୍ରଲୋଭିତ କରାଯାଉଛି । ମିଛ କହି ସେମାନଙ୍କୁ ଚାଷରେ ନିୟୋଜିତ କରୁଛନ୍ତି । ସେମାନଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି। ଏହାସହ ଜନଜାତିଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ । ଜନଜାତିଙ୍କ ପାଇଁ ଏହାର ବିକଳ୍ପ ଲାଇଭଲିହୁଡ଼ କ’ଣ ହୋଇପାରିବ ସେ ନେଇ ପୋଲିସ ବିଭାଗ ସହ ଆଲୋଚନା କରାଯାଉଛି ।

Leave a Reply

Your email address will not be published. Required fields are marked *