India’s Shubhanshu Shukla Set For Historic Space Mission
ମହାକାଶ ଜଗତରେ ନୂଆ ଫର୍ଦ୍ଦ ଯୋଡିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ  ଶୁକ୍ଲା । ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର (ଆଇଏସଏସ) ଯିବେ ଶୁଭାଂଶୁ । ସ୍ପେସକୁ ଯିବାରେ ସେ ଦ୍ୱିତୀୟ ଭାରତୀୟ ଭାବେ ପରିଚିତ ହେବେ ।
 
ଏହି ମିଶନକୁ ଫାଲକନ ୯ ରକେଟରେ ନାସାର କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବ । ଏକ୍ସିଓମ -୪ – Axiom Mission 4 (Ax-4) ମିଶନରେ ଚାରି ଦେଶର ୪ଜଣ ମହାକାଶଚାରୀ ୧୪ ଦିନ ପାଇଁ ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ । ୧୦ ଜୁନ ସଂଧ୍ୟା ୫.୪୫ରେ ଲଞ୍ଚ ହେବ ମିସନ ‘ଏକ୍ସ-ଫୋର’ ।
 
ଭାରତୀୟ ବାୟୁସେନାର ଅନୁଭବୀ ପାଇଲଟ ଶୁଭ୍ରାଂଶ ସ୍ପେସଏକ୍ସ ଡ୍ରାଗନ ସ୍ପେସକ୍ରାଫ୍ଟରେ ମିଶନ ପାଇଲଟ ଭାବେ କାମ କରିବେ । ଏହା ପୂର୍ବରୁ ରାକେଶ ଶର୍ମା ସୋଭିୟତ ୟୁନିୟନର ସ୍ପେସକ୍ରାଫ୍ଟରେ ମହାକାଶକୁ ଯାଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *