ବ୍ରହ୍ମପୁର MKCGରେ ରାଗିଂ ଘଟଣା ୨ ହାଉସ୍‌ ସର୍ଜନଙ୍କୁ ଜରିମାନା । ଜଣେ ଚତୁର୍ଥ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଜରିମାନା କରାଯାଇଛି । ଜରିମାନା ବାବଦକୁ ୨୫ ହଜାର ଟଙ୍କା ଲେଖାଏ ଦେବାକୁ କୁହାଯାଇଛି।

ଛାତ୍ର ଜଣଙ୍କ ଆଣ୍ଟି ରାଗିଂ ସେଲ୍‌କୁ ଜଣାଇବା ପରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଗିଂ କରିଥିବାରୁ ୨୫ ହଜାର ଲେଖାଏଁ ଜରିମାନା କଥା ସ୍ପଷ୍ଟ କଲେ ମେଡିକାଲ୍‌ ଅଧୀକ୍ଷକ ସୁଚିତ୍ରା ଦାଶ ।

ସୂଚନା ଯୋଗ୍ୟ; ଗତ ମେ ମାସ ୧୨ ତାରିଖରେ ଜଣେ ଏମବିବିଏସ ଚତୁର୍ଥ ବର୍ଷର ଛାତ୍ରଙ୍କୁ ରେଗିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ମେ ୧୩ ତାରିଖରେ ଏମକେସିଜି ମେଡିକାଲ ଡିନଙ୍କୁ ଦୁଇ ଜଣ ରେଗିଂ କରିଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ସମ୍ପୃକ୍ତ ଛାତ୍ର । ଗତ କିଛି ଦିନ ପୂର୍ବରୁ ଏଣ୍ଟି ରେଗିଂ କମିଟିରେ ଅଭିଯୋଗ ହେବା ପରେ ଆଜି ଏମକେସିଜି ମେଡିକାଲରେ ହୋଇଥିଲା ବୈଠକ ।

Leave a Reply

Your email address will not be published. Required fields are marked *