Odisha Signs MoU With NSE to empower students financially
ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା (National Stock Exchange of India) ମଧ୍ୟରେ ଗୁରୁବାର ଦିନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏ ବିଷୟରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ସବିଶେଷ ତଥ୍ୟ ଦେଇଛନ୍ତି ।
 
ଜାତୀୟ ପ୍ରତିଭୂତି ବିନିମୟ ସଂସ୍ଥା (NSE) ଓ BFSI ମିଳିତ ଉଦ୍ୟମରେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବାପାଇଁ ମ୍ୟୁଚୁଆଲ ଫଣ୍ଡ ଆଡଭାଇଜର, ଫାଇନାନସିଆଲ ଆଡଭାଇଜର, ପଲିସି ବ୍ରୋକର, ଷ୍ଟକ ବ୍ରୋକର ଭଳି ନୂଆ ପାଠ୍ୟକ୍ରମ ସାମିଲ ହେବ ।
 
ଏହି କୋର୍ସ କଲେ ଯୁବବର୍ଗଙ୍କୁ ମନଲୋଭା ଚାକିରି ମିଳିବ । ବାଣିଜ୍ୟ ଓ ଅର୍ଥନୀତି ସମ୍ବନ୍ଧୀୟ ଏହି ବିଷୟ ଗୁଡ଼ିକ ନିବେଶ, ଶିଳ୍ପ ଓ ବ୍ୟାଙ୍କ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରାଇବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *