ଆଜି ଭୁବନେଶ୍ୱର ସ୍ଥିତ ମେ ଫେୟାର ଠାରେ ଦୈନିକ ସମ୍ବାଦ ନିର୍ଭୟ ପକ୍ଷରୁ ଆୟୋଜିତ ‘ମନୀଷ ସ୍ମାରକୀ’ ନିର୍ଭୟ ଯୁବ ପୁରସ୍କାର କାର୍ଯ୍ୟକ୍ରମରେ ଯୁବ ପରିବେଶବିତ୍ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କୁ ପ୍ରଥମ ନିର୍ଭୟ ଯୁବ ପୁରସ୍କାର ପ୍ରଦାନ କରାଯାଇଛି । ପୁରୀ ଜିଲା ଅସ୍ତରଙ୍ଗର ସୌମ୍ୟ ରଞ୍ଜନ ବିଶ୍ୱାଳ ପରିବେଶ ଏବଂ ଅଲିଭ୍ ରିଡ୍ଲେ (ସାମୁଦ୍ରିକ କଇଁଛ)ଙ୍କ ସୁରକ୍ଷା ଉପରେ କାର୍ଯ୍ୟ କରୁଛନ୍ତି । ପ୍ରଥମେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ବିଶିଷ୍ଟ ଅଭିନେତ୍ରୀ ଅନୁ ଚୌଧୁରୀ, ଶିଳ୍ପ ଉଦ୍ୟୋଗୀ ପ୍ରିୟଙ୍କା ମହାନ୍ତି ଏବଂ ଓଡ଼ିଶାର ବିଖ୍ୟାତ ଟେନିସ ତାରକା ଚିନ୍ମୟ ପ୍ରଧାନ ମନୀଷ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ତର ପ୍ରଦେଶର ସଫଳ ସାହିତ୍ୟିକା ନିରଜା ମାଧବ, ବିଶିଷ୍ଟ ବାଲୁକା କଳାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ନିର୍ଭୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ସହ ପ୍ରମୁଖ ଅତିଥି ବୃନ୍ଦ ଉପସ୍ଥିତ ଥିଲେ । ନିର୍ଭୟର ପ୍ରଥମ ଡମି କପି ୨୦୧୩ ଅକ୍ଷୟ ତୃତୀୟା ଦିନ ଛପା ଯାଇଥିଲା । ତେଣୁ ଆଜି, ପବିତ୍ର ଅକ୍ଷୟ ତୃତୀୟା ଦିନ ନିର୍ଭୟ ପରିବାର ତରଫରୁ ପ୍ରଥମ ‘ମନୀଷ ସ୍ମାରକୀ’ ନିର୍ଭୟ ଯୁବ ପୁରସ୍କାର ଉତ୍ସବ ପାଳନ କରାଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସ୍ମୃତିରେ ନିର୍ଭୟ ପରିବାର ତରଫରୁ ପ୍ରତି ବର୍ଷ ଅକ୍ଷୟ ତୃତୀୟା ଦିନ ‘ମନିଷ ସ୍ମାରକୀ ଯୁବ ପୁରସ୍କାର’ ପ୍ରଦାନ କରାଯିବ । ୩୦ ବର୍ଷ ବୟସ ମଧ୍ୟରେ ସାହିତ୍ୟ, ପରିବେଶ, ସମାଜ ସେବା, କଳା ଏବଂ ଶିକ୍ଷା କ୍ଷେତ୍ର ରେ ବିଶେଷ ପାରଦର୍ଶିତା ଅର୍ଜନ କରିଥିବା ଜଣଙ୍କୁ ଏହା ଦିଆଯିବ । Post navigation ପ୍ରଭାସିନୀ ବେହେରା ଓ ଦେବୀ ଶବରଙ୍କୁ ମିଳିଲା ୧୦ଲକ୍ଷ ଟଙ୍କା ଲେଖାଏ ସହାୟତା; ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଜଣାଇଲେ କୃତଜ୍ଞତା କୋଲକାତା ହୋଟେଲ ଅଗ୍ନିକାଣ୍ଡରେ ୪ ଓଡ଼ିଆଙ୍କ ମୃତ୍ୟୁ