କଟକରେ ପହଞ୍ଚିଛି ନ୍ୟାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି (NIA) ଟିମ୍ । ପହଲଗାମରୁ ସୁରକ୍ଷିତ ଭାବେ ଫେରିଥିବା ରଞ୍ଜିତ ଭୋଳଙ୍କ ପରିବାରକୁ ପଚରାଉଚୁରା କରିଛି ଟିମ୍ । ପହଲଗାମ୍ ଆତଙ୍କୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କଟକ ଦେଉଳ ସାହିର ରଞ୍ଜିତ ଭୋଳଙ୍କ ପରିବାର । ପହଲ୍‌ଗାମ୍‌ ଆତଙ୍କୀ ଆକ୍ରମଣ ବେଳେ ଉପସ୍ଥିତ ଥିଲେ ଭୋଳ ପରିବାର। ବାପା, ମାଆ, ପୁଅ, ବୋହୂ, ୪ ଜଣ ପହଲ୍‌ଗାମ୍‌ ବୁଲିବାକୁ ଯାଇଥିଲେ। ନିଜ ଆଖିରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡକୁ ଦେଖିଥିଲେ । ଏହାପୂର୍ବରୁ ଏନଆଇଏମ୍ ଟିମ୍ ପହଲଗାମ୍‌ ହମ୍‌ଲାରେ ମୃତ ବାଲେଶ୍ୱରର ପ୍ରଶାନ୍ତ ଶତପଥିଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ ।

ଏନଆଇଏର ଏକ ଟିମ୍ ଆଜି କଟକରେ ପହଞ୍ଚି ପହଲଗାମ୍ ହମଲାରେ ଅଳ୍ପକେ ବର୍ତ୍ତିଯାଇଥିବା ପରିବାରକୁ ପଚରାଉଚରା କରିଛନ୍ତି । ରଞ୍ଜିତ ଭୋଳଙ୍କ ପରିବାର ସଦସ୍ୟଙ୍କୁ ୨ ଘଣ୍ଟା ପଚରାଉଚରା କରିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ; ପହଲଗାମ୍ ଆକ୍ରମଣ ଘଟଣାରେ ରଞ୍ଜିତ ଭୋଳ ତାଙ୍କ ପୁଅ ବୋହୂଙ୍କ ବିବାହ ବାର୍ଷିକୀ ପାଳନ ପାଇଁ ଜମ୍ମୁ କାଶ୍ମୀରର ପହଲଗାମ୍ ଯାଇଥିଲେ । ସେଠାରେ ଆତଙ୍କବାଦୀଙ୍କୁ ବର୍ବର କାଣ୍ଡକୁ ନିଜ ଆଖିରେ ଦେଖିଥିଲେ । ଆଉ ଏହି ସମୟରେ ରଞ୍ଜିତଙ୍କ ପତ୍ନୀ ଜୀବନ ବଞ୍ଚାଇବାକୁ ଦୌଡୁଥିବା ସମୟରେ ପଡ଼ି ଆହତ ହୋଇଥିଲେ । ଆତଙ୍କବାଦୀମାନେ ସମସ୍ତଙ୍କୁ କଲମା ପଢ଼ିବା ପାଇଁ କହିଥିଲେ । ରଞ୍ଜିତଙ୍କ ବଡ଼ ପୁଅ ସନ୍ଦୀପ ଭୋଳ ନିଜ ଜୀବନ ବଞ୍ଚାଇବାକୁ ଲଗାତର ଭାବେ ଆଲ୍ଲା ହୁ ଆକ୍ବର କହି ଚାଲିଥିଲେ । ଏହା ଶୁଣିବା ପରେ ଆତଙ୍କବାଦୀମାନେ ତାଙ୍କ ପାଖରୁ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *